ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକଶ ମାଝୀ ଆଜି ଝରିଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତକରି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଗସ୍ତବେଳେ ବ୍ଲକର ଦୁର୍ଗମ ତେଲନଦୀ ପଞ୍ଚାୟତ, ଡ଼ଙ୍ଗରୀଗୁଡ଼ା, କାନାକୋଟ, ରତାଖଣ୍ଡିଗୁଡ଼ା, ଚିତାବେଡ଼ା, ବେଲଗାଁ, ଭୀକ୍ଷା, ଏକାମ୍ବା ଆଦି ପଞ୍ଚାୟତର ମୋଟ ୩୩୮ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସାଂସଦ ରମେଶ ମାଝୀ ଜନସାଧାରଣଙ୍କୁ ସାକ୍ଷାତ କରି କରୋନା ସଂକ୍ରମଣରୁ ଦୂରେଇ ରିହବାକୁ ସଚେତନ କରିବା ସହ ସର୍ବଦା ମାସ୍କ ବ୍ୟବହାର କରିବାକୁ କହିଥିଲେ।
ଉକ୍ତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମକୁ ବିଏସଏସଓ ପାର୍ଥଜିତ ମଣ୍ଡଳ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ବ୍ଲକ ଅଧ୍ୟକ୍ଷା ରମୁଲା ଗଣ୍ଡ, ଗିରିଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।