ଗ୍ରାମୀଣ ବିକାଶ ପାଇଁ ପଞ୍ଚଗାଁ ପଞ୍ଚାୟତରେ ୯୮ ଲକ୍ଷ ଖର୍ଚ୍ଚ କରିବ ଏମସିଏଲ୍ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗ୍ରାମୀଣ ବିକାଶ ଯୋଜନାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ପଞ୍ଚଗା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ୯୮ ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛି ଏମସିଏଲ୍ । ଏଥିରେ ଡ୍ରେନ, ରାସ୍ତାଘାଟ, ମଣ୍ଡପ, ଲାଇବ୍ରେରୀ, ଶୌଚାଳୟ, ପଞ୍ଚଗାଁ ବସଷ୍ଟାଣ୍ଡରେ ଯାତ୍ରୀ ପ୍ରତିକ୍ଷାଳୟ, ଲୋକକଳା ପ୍ରଶିକ୍ଷଣ କେନ୍ଦ୍ର ଆଦି ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୧୮ ହଜାର ଲୋକ ଉପକୃତ ହେବେ।  ଗତ ଅକ୍ଟୋବର ମାସରେ ଝାରସୁଗୁଡାରେ ଅନୁଷ୍ଠିତ ଆରପିଡିସିଏ ବୈଠକରେ ଉପରୋକ୍ତ କାର୍ଯ୍ୟଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା।

ପ୍ରକାଶଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲାରେ ଲଖନପୁର ଖଣିକ୍ଷେତ୍ର, ଇବ ଭ୍ୟାଲି ଖଣିକ୍ଷେତ୍ର ଏବଂ ଓରିଏଣ୍ଟ ଖଣିକ୍ଷେତ୍ର ନାମକ ତିନୋଟି ଖଣିରୁ ଏମସିଏଲ କୋଇଲା ଉତ୍ପାଦନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିକାଶ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ସିଏସଆର ପାଣ୍ଠିରୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରିଛି।