Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସିବିଏସ୍ଇ ପରୀକ୍ଷାରେ ଶତପ୍ରତିଶତ କୃତକାର୍ଯ୍ୟ: ପଲକ ସାହୁ ଦେବଗଡ଼ ଜିଲ୍ଲା ଟପ୍ପର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସିବିଏସ୍ଇ ପରୀକ୍ଷାରେ ଶତପ୍ରତିଶତ କୃତକାର୍ଯ୍ୟ: ପଲକ ସାହୁ ଦେବଗଡ଼ ଜିଲ୍ଲା ଟପ୍ପର

ଦେବଗଡ଼,ଏନ୍ଏନ୍ଏସ୍: ଆଜି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଦେବଗଡ଼ ଜିଲ୍ଲାର ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଦେବଗଡ଼ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ତିଲେଇବଣିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବୁଢାପାଳସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ମୋଟ ୧୬୧ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବାବେଳେ ଦେବଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ପଲକ ସାହୁ ସର୍ବାଧିକ ୯୬.୨ ପ୍ରତିଶତ ନମ୍ବର ରଖି ଦେବଗଡ଼ ଜିଲ୍ଲାର ଟପ୍ପର ହୋଇଛନ୍ତି। ସେହିପରି ତିଲେଇବଣିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଚିନ୍ତନ କୁମାର ସାହୁ ୯୫.୮ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନୁରୂପ ଭାବେ ବୁଧାପାଳସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମିତ କୁମାର ପ୍ରଧାନ ଓ ଆତ୍ମଦା ପ୍ରସାଦ ଜେନା ଏବଂ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ପୂଜା ପ୍ରଗତିକା ଶତପଥୀ ଯୁଗ୍ମ ଭାବେ ୯୫.୪ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ୩୪ ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ପଲକ ସାହୁ ମୋଟ ୫୦୦ ନମ୍ବରରୁ ସର୍ବାଧିକ ୪୮୧ ନମ୍ବର ରଖି ଟପ୍ପର ହୋଇଛନ୍ତି।  ଉକ୍ତ ବିଦ୍ୟାଳୟର ଛାତ୍ରୀ ଖୁସି ଅଗ୍ରୱାଲା ୪୭୩  ଓ ପ୍ରିତମ ପ୍ରୟାଂଶୁ ପାତ୍ର ୪୬୩ ନମ୍ବର ରଖିଥବା ଜଣାପଡ଼ିଛି। ଉକ୍ତ ବିଦ୍ୟାଳୟର ୭ ଜଣ ଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୮ ଜଣ ୮୦ ପ୍ରତିଶତରୁ ଅଧିକ,୮ ଜଣ ୭୦ ପ୍ରତିଶତରୁ ଅଧିକ ଏବଂ ୮ ଜଣ ୬୦ ପ୍ରତିଶତରୁ ଅଧିକ ଏବଂ ୩ ଜଣ ୬୦ ପ୍ରତିଶତରୁ କମ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଅନୁରୂପ ଭାବେ ଜବାହର ନବୋଦୟ ବିଦ୍ୟାଳୟର ମୋଟ ୪୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପୂଜା ପ୍ରଗତିକା ଶତପଥି ମୋଟ ୪୭୭ ନମ୍ବର ରଖିଥିବାବେଳେ ଉକ୍ତ ବିଦ୍ୟାଳୟର ଅଙ୍କିତା ନାୟକ ୪୭୧ ପ୍ରଦ୍ୟୁମ୍ନ ରାଉତ ଓ ସୌମ୍ୟୁକ୍ତା ପ୍ରଧାନ ୪୭୦ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏହି ବିଦ୍ୟାଳୟର ୬ ଜଣ ୯୦ ପ୍ରତିଶତରୁ ଅଧିକ , ୧୪ ଜଣ ୮୦ ପ୍ରତିଶତରୁ ଅଧିକ,୧୩ ଜଣ ୭୦ ପ୍ରତିଶତରୁ ଅଧିକ, ୬ ଜଣ ୬୦ ପ୍ରତିଶତରୁ ଅଧିକ ଓ ୨ ଜଣ ୬୦ ପ୍ରତିଶତରୁ କମ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ସେହିପରି ବୁଢାପାଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ମୋଟ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଆତ୍ମଦା ପ୍ରସାଦ ଜେନା ଓ ଅମିତ କୁମାର ପ୍ରଧାନ ଯୁଗ୍ମ ଭାବେ ୪୭୭ ନମ୍ବର ରଖିଥିବା ଜଣାପଡିଛି। ଅନୁରୂପ ଭାବେ ଉକ୍ତ ବିଦ୍ୟାଳୟର ତାପସ ରଞ୍ଜନ ସାହୁ ମୋଟ ୪୭୬ ନମ୍ବର ଓ ସ୍ମୃତିରଞ୍ଜନ ନାୟକ ମୋଟ ୪୭୨ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଉକ୍ତ ବିଦ୍ୟାଳୟର ୧୧ଜଣ ୯୦ ପ୍ରତିଶତରୁ ଅଧିକ, ୧୯ ଜଣ ୮୦ ପ୍ରତିଶତରୁ ଅଧିକ ,୧୩ ଜଣ ୭୦ ପ୍ରତିଶତରୁ ଅଧିକ , ୩ଜଣ ୬୦ ପ୍ରତିଶତରୁ ଅଧିକ ଓ ଜଣେ ୬୦ ପ୍ରତିଶତରୁ କମ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତିଲେଇବଣିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ମୋଟ ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଚିନ୍ତନ କୁମାର ସାହୁ ମୋଟ ୪୭୯ ନମ୍ବର , ଶ୍ୱେତାପଦ୍ମା ଦେହୁରୀ ୪୫୦ ନମ୍ବର , ବିନ୍ଦୁ ଶ୍ରୀ ନାୟକ ୪୩୫  ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ବିଦ୍ୟାଳୟର ୨ ଜଣ ୯୦ ପ୍ରତିଶତରୁ ଅଧିକ , ୭ ଜଣ ୮୦ ପ୍ରତିଶତରୁ ଅଧିକ.୧୧ ଜଣ ୭୦ ପ୍ରତିଶତରୁ ଅଧିକ, ୧୧ ଜଣ ୬୦ ପ୍ରତିଶତରୁ ଅଧିକ ଓ ୮ ଜଣ ୬୦ ପ୍ରତିଶତରୁ କମ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।