ବିଦ୍ୟୁତ ବିଲ ଛାଡ଼ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଜୟ କିଷାନ ଆନ୍ଦୋଳନ

ବରଗଡ଼,ଏନ୍‌ଏନ୍‌ଏସ୍‌: ଜୟ କିଷାନ ଆନ୍ଦୋଳନ ପକ୍ଷରୁ ବିଦ୍ୟୁତ ବିଲ ଛାଡ଼ ଦାବୀ କରି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅ।।ଜି ସହସ୍ରାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ମୀର୍ଦ୍ଧା ଟପ୍ପୋଙ୍କୁ ପ୍ରଦାନ କରିଥିଲେ । ଏଥିରେ ଚାଷୀମାନେ ବ୍ୟବହାର କରୁଥିବା ବିଜୁଳି ବିଲ ସମ୍ପୂର୍ଣ୍ଣ ଛାଡ଼ କରାଯାଉ, ବକେୟା ଥିବା ଦେୟ ସରକାର ବହନ କରନ୍ତୁ, ବିଜୁଳି କ୍ଷେତ୍ରକୁ ଘରୋଇକରଣ ନକରି ପୂର୍ବପରି ସରକାର ପରିଚାଳନା କରନ୍ତୁ, କୌଣସି ପରିସ୍ଥିତିରେ ଫସଲ ଥିବା ସମୟରେ ବିଦ୍ୟୁତ କାଟ କରାନଯାଉ, ଲୋ-ଭୋଲ୍େଟଜ/ପାୱାର କଟ ବନ୍ଦ କରାଯାଉ ଓ ଅର୍ଥ ପୈଠ କରାଯାଇଥିବା ସମସ୍ତ ନଳକୂପ ଖନନ କରାଯାଉ ବୋଲି ଉଲ୍ଲେଖ ରହିଛି । ସେହିପରି ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣାରେ ଦିଆଯାଉ ବୋଲି ମଧ୍ୟ କୁହାଯାଇଛି । ଏଥିରେ ବିଶିଷ୍ଟ ଚାଷୀ ନେତା ଲିଙ୍ଗରାଜ, ଶିବ ପ୍ରଧାନ, ସଂଗଠନର ସଭାପତି ସୁଶୀଳ ସାହୁ ଓ ସମ୍ପାଦକ ହର ବଣିଆ ସମେତ ଜିଲ୍ଲାର ବହୁ କର୍ମୀ ଉପସ୍ଥିତ ଥିଲେ ।