ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଏବେ ଭାରତ ଗସ୍ତରେ ଅଛନ୍ତି । କିଶିଦାଙ୍କ ଏହି ଗସ୍ତକୁ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ମଜଭୁତ କରିବା ଦୃଷ୍ଟିରେ ଦେଖାଯାଉଛି । ଉଭୟ ଭାରତ ଓ ଜାପାନ ପାଇଁ ଚଳିତ ବର୍ଷ ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ ଭାରତ ପାଖରେ ଜି-୨୦ ଓ ଜାପାନ ପାଖରେ ଜି-୭ ଅଧ୍ୟକ୍ଷତା ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସମକକ୍ଷ ଫୁମିୟୋ କିଶିଦା ଇତିମଧ୍ୟରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କ ପ୍ରଦର୍ଶନ କରିଛନ୍ତି । ଉଭୟ ନେତା ପାର୍କରେ ବାଲ ବୋଧି ବୃକ୍ଷ ଦର୍ଶନ କରିଥିବା ଜଣାପଡ଼ିଛି । ପରେ ଉଭୟ ନେତା ଏଠାରେ ଗୁପଚୁପ, ଲସି ଓ ଆମ୍ବ ପଣାର ମଜା ନେଇଛନ୍ତି । ଏହାପୂର୍ବରୁ କିଶିଦାଙ୍କୁ ମୋଦୀ କର୍ଣ୍ଣାଟକର କଳାକୃତି ସହ ଜଡ଼ିତ ‘କଦମବୁଡ଼ ଜାଲ ବକ୍ସ’ ଉପହାରସ୍ୱରୂପ ଭେଟିଛନ୍ତି ।