ଏଲଏସିରେ ଖାସ୍ ଅନ୍ଦାଜରେ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଯବାନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ବିଭିନ୍ନ ଅଞ୍ଚଳରେ ନାନାଦି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଲଦାଖର ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସକୁ ନେଇ ଯବାନଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି। ଲଦାଖରେ ଚୀନ ସହ ଜାରି ରହିଥିବା ବିବାଦ ମଧ୍ୟରେ ଆଇଟିବିପି ଓ ବିଭିନ୍ନ ସୁରକ୍ଷା ବଳର ହଜାର ଯବାନ ନିଯୁକ୍ତ ହୋଇଛନ୍ତି। ଏହି ଯବାନ ଏଥର ଗଣତନ୍ତ୍ର ଦିବସ ଖାସ୍ ଅନ୍ଦାଜରେ ପାଳନ କରୁଛନ୍ତି। ଗୋଟିଏ ପଟେ ଆଇଟିବିପିର ଯବାନ ଲଦାଖସ୍ଥିତ ହ୍ରଦରେ ତ୍ରିରଙ୍ଗା ସହ ମାର୍ଚ୍ଚ କରିଛନ୍ତି। ଅନ୍ୟପଟେ ଆଇଟିବିପିର ଆଉ ଏକ ଟିମ୍ ଉଚ୍ଚ ପାହାଡ଼ର ଶୀର୍ଷକୁ ଯାଇ ତ୍ରିରଙ୍ଗା ଉଡ଼ାଇଥିଲେ।

ଲଦାଖ ଭଳି ଜମ୍ମୁ-କଶ୍ମୀରରେ ମଧ୍ୟ ସୁରକ୍ଷାବଳର ଯବାନଙ୍କ ମଧ୍ୟରେ ଖାସ୍ ଉତ୍ସାହ ନଜର ଆସିଛି। ଲଦାଖ ଭଳି ଏଠାରେ ତାପମାତ୍ରା ଶୂନ ଡିଗ୍ରୀରୁ ବି କମ୍ ରହିଛି। ବିଏସଏଫ୍ ଯବାନ ବାରମୁଳାରେ ଏଲଓସିରେ ତ୍ରିରଙ୍ଗା ଉଡ଼ାଇଛନ୍ତି।