ଟି-୨୦ ୱାର୍ଲ୍ଡକପରୁ ବୁମରାହ ଆଉଟ

ନୂଆଦିଲ୍ଲୀ: ଆସନ୍ତା ମାସ ହେବାକୁ ଥିବା ଟି-୨୦ ୱାର୍ଲ୍ଡକପ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଜସପ୍ରୀତ ବୁମରାହ ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି । ବୁମରାହଙ୍କ ଅଣ୍ଟାରେ ଗମ୍ଭୀର ଆଘାତ ଲାଗିଥିବାରୁ ସେ ପାଖାପାଖି ୪ରୁ ୬ ମାସ କ୍ରିକେଟ ପଡ଼ିଆରୁ ଦୂରେଇ ରହିବେ । କିନ୍ତୁ ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ ବିସିସିଆଇ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ, ଜସପ୍ରୀତ ବୁମରାହ ଇଂଲଣ୍ଡ ଗସ୍ତ ପରେ ଆହତ ହୋଇଥିଲେ । ସେଥିପାଇଁ ବୁମରାହ ଏସିଆ କପରେ ଭାଗ ନେଇ ପାରିନଥିଲେ । ଏହି ସମୟରେ ସେ ନ୍ୟାସନାଲ କ୍ରିକେଟ ଆକାଡେମୀରେ ନିଜ ଫିଟନେସ ଉପରେ କାମ କରିଥିଲେ । ଅଷ୍ଟ୍ରେଲିୟା ବିରୋଧରେ ଖେଳାଯାଇଥିବା ଟି-୨୦ ସିରିଜ ପାଇଁ ବୁମରାହ ଦଳକୁ ଫେରିଥିଲେ । କିନ୍ତୁ ୨ଟି ମ୍ୟାଚ ଖେଳିବା ପରେ ବୁମରାହ ପୁଣିଥରେ ଆହତ ହୋଇଥିଲେ ।