କଟକ,ଏନ୍ଏନ୍ଏସ୍: ଜିଲ୍ଲା ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ଅକସ୍ମାତ ମୃତ୍ୟୁ। ସରପଞ୍ଚ ପ୍ରାର୍ଥିନୀ ନମିତା ବେହେରାଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ କିପରି ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ିନାହିଁ। ତେବେ ଯଶପଡା ପଞ୍ଚାୟତରେ ସରପଞ୍ଚ ପଦ ଲାଗି ଭୋଟ ଦାନ ବନ୍ଦ ରଖାଯାଇଛି। କିନ୍ତୁ ଅନ୍ୟ ପଦ ପାଇଁ ନିର୍ବାଚନ ଜାରି ରହିଛି।