ମସ୍କ ଦାନକଲେ ୫.୭ ଆରବ ଡଲାର ଶେୟାର୍

ନୂଆଦିଲ୍ଲୀ,ଏଜେନ୍ସି: ସ୍ପେସ୍‌ଏକ୍ସ ତଥା ଟେସ୍‌ଲା ସିଇଓ ଏଲନ୍ ମସ୍କ ପରେପକାର ପାଇଁ ଏଯାବତ୍ ସର୍ବବୃହତ୍ ପରିମାଣର ଦାନ କରିଛନ୍ତି। ଏକ ଟ୍ରଷ୍ଟ୍‌କୁ ଟେସ୍‌ଲାର ୫.୭ ବିଲିୟନ୍ ଡଲାର୍‌ର ଶେୟାର୍ ଭାରତୀୟ ମୁଦ୍ରାରେ ପାଖାପାଖି ୪୦ ହଜାର କୋଟି ଟଙ୍କା ଦାନ କରିଛନ୍ତି।

ସିକ୍ୟୁରିଟି ଏକ୍ସଚେଞ୍ଜ୍ କମିଶନ୍ (ସିଇସି)କୁ ଦେଇଥିବା ସୂଚନା ଆଧାରରେ ଟ୍ରଷ୍ଟ୍‌ର ପରିଚୟ ସାଧାରଣରେ ଦିଆଯାଇନାହିଁ। ବ୍ଲୁମ୍‌ବର୍ଗ ଏହାକୁ ପରୋପକାର ଇତିହାସରେ ସର୍ବଶ୍ରେଷ୍ଠ ଦାନ ବୋଲି କହିଛି। ରାଜନୀତିଜ୍ଞ ବର୍ଣ୍ଣି ସାଣ୍ଡର୍ସ ଓ ଏଲିଜାବେଥ୍ ୱାର୍ଣ୍ଣରଙ୍କ ସହିତ ଅସମାନତାକୁ ନେଇ ଜାରି ରହିଥିବା ବାକ୍‌ଯୁଦ୍ଧର ଜବାବ୍‌ରେ ବିଶ୍ୱରୁ କ୍ଷୁଧା ଦୂରୀଭୂତ କରିବାକୁ ମସ୍କଏହି ପଦକ୍ଷେପ ନେଇଛନ୍ତି।