ଜୁନାନୀବାହାଲରେ ପୁଲିସର ଜନସମ୍ପର୍କ ଶିବିର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ଜୁନାନୀ ବାହାଲ ଗାଁରେ ଖପ୍ରାଖୋଲ ପୁଲିସ ତାରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର, ସମ୍ମାନିତ ଅତିଥିଭାବେ ସିଆରପିଏଫ ୧୮୯ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ରାଜୀବ କୁମାର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ହରିଶଙ୍କର ଫାଣ୍ଡି ଅଧିକାରୀ ସେୱାନ କେରକେଟା ଓ କନେଷ୍ଟବଳ ସଞ୍ଜୀବ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରରେ ବୃଦ୍ଧଙ୍କୁ ଶୀତ ବସ୍ତ୍ର, କମ୍ବଳ, ମଶାରୀ ଓ ଛତା ଇତ୍ୟାଦି ବଣ୍ଟା ଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇ ଥିଲା । ସେହିପରି ଯୁବକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସଓଜି ଏବଂ ସିଆରପିଏଫ ଯବାନମାନେ ମଧ୍ୟ ଉପସ୍ଥିତ ରହିଥିଲେ ।