ଦିନକରେ ୯୧ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩ଲକ୍ଷ ୩୭ହଜାର ୬୨୦କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୯୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୩ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୬୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୧୪, ସୁନ୍ଦରଗଡ଼ରୁ ୧୩, ବାଲେଶ୍ୱରରୁ ୧୨, ଖୋର୍ଦ୍ଧାରୁ ୧୦, ଭଦ୍ରକରୁ ୯, ଯାଜପୁର ଓ ମୟୁରଭଞ୍ଜରୁ ୬ ଲେଖାଏଁ, ଗଞ୍ଜାମ, ଝାରସୁଗୁଡ଼ା ଓ ପୁରୀରୁ ୩ ଲେଖାଏଁ, ଜଗତସିଂହପୁର,ନବରଙ୍ଗପୁର ଓ ଷ୍ଟେଟପୋଲରୁ ୨ ଲେଖାଏଁ, ବଲାଙ୍ଗିର, ବୌଦ୍ଧ, କଟକ, ଅନୁଗୁଳ, ଦେଓଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୪ଲକ୍ଷ୨୭ହଜାର ୧୭୪ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୬୨୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୮୩୮ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୮୧୨ ଜଣ ଚିକିତ୍ସିତ ହେଉଛନ୍ତି।