ନୂଆ ବର୍ଷରେ ହୋଇପାରିବନି ଜଗା ଦର୍ଶନ, ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,ଏନ୍ଏନ୍ଏସ୍: ପୁଣି ଶ୍ରୀମନ୍ଦିରରେ କରୋନା କଟକଣା। ନୂଆ ବର୍ଷରେ ହୋଇପାରିବନି ଜଗା ଦର୍ଶନ। କରୋନା ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ଓ ୨ ତାରିଖରେ ତଥା ନୂଆବର୍ଷରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁଯାୟୀ ନୂଆବର୍ଷରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ନୀତି ପୂଜା ପାଇଁ ସୀମିତ ସେବାୟତଙ୍କୁ ଅନୁମତି ରହିବ। ନୂଆ ବର୍ଷରେ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଅନ୍ୟପଟେ ସାଧାରଣତଃ ଛୁଟି ଦିନରେ ଶ୍ରୀମନ୍ଦିରରେ ଅଧିକ ଭିଡ ଯମିଥାଏ ତେଣୁ ନୂଆବର୍ଷ ପରଦିନ ରବିବାର ହୋଇଥିବାରୁ ସେଦିନ ମଧ୍ୟ ଭିଡ ବଢିବାର ଆଶଙ୍କା ରହିଛି ଯାହାକୁ ଦୃଷ୍ଟିରେ ରଖି ୨ ତାରିଖରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ହୋଇଛି।