ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ନେଇ ଥାନାରେ ବର୍ଷାଙ୍କ ଏତଲା

କଟକ,ଏନ୍ଏନ୍ଏସ୍: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା। ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ କମିବା ବଦଳରେ ବଢିଲା। କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା। ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ଭାଇରାଲକୁ ନେଇ ଏତଲା।

ଏତଲାରେ ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଭିଡିଓ କରୁଛନ୍ତି। ଭିଡିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଅନୁଭବ ଚରିତ୍ରହାନି କରୁଛନ୍ତି। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି ବୋଲି ବର୍ଷା କହିଛନ୍ତି।