କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଏମ୍ସରେ ଆରମ୍ଭ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆଜି ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଯାଇଛି। ଏହାର ପ୍ରଥମ ଡୋଜ୍ ଏମ୍ସର ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଡାକ୍ତର ଏମ୍ ବୀ ପଦ୍ମ ଶ୍ର୍ରୀବାସ୍ତବ ଓ ଅନ୍ୟ ୨ ଜଣଙ୍କୁ ଦିଆଯାଇଛି। ଏହି ଭ୍ୟାକ୍ସିନକୁ ଭାରତ ବାୟୋଟିକ୍ ଆଇସିଏମଆରର ସହଯୋଗରେ ପ୍ରସ୍ତୁତ କରିଛି। ଆଗାମୀ ଦିନରେ ଏମ୍ସର ପାଖାପାଖି ୧୫ ହଜାର ଲୋକଙ୍କୁ ଏହି ଭ୍ୟାକ୍ସିନର ଡୋଜ୍ ଦିଆଯିବ। ନ୍ୟୁଜ ଏଜେନ୍ସି ପିଟିଆଇ ସୁତ୍ରରୁ ଜଣାପଡ଼ିଛି ଯେ, ଭ୍ୟାକ୍ସିନର ୦.୫ ଏମଏଲର ପ୍ରଥମ ଡୋଜ୍ ୪ଜଣ ଭଲେଣ୍ଟିୟର୍ସଙ୍କୁ ଦିଆଯାଇଛି।

ସୂଚନାଯୋଗ୍ୟ, କୋଭାକ୍ସିନର ଏହି ଡୋଜ୍ ୧୮ କିମ୍ବା ତଦୁର୍ଦ୍ଧ ବୟସର ୨୮ ହଜାର ୫୦୦ ଲୋକଙ୍କୁ ଦିଆଯିବ। ଏହାର ଟ୍ରାଏଲ ୧୦ଟି ରାଜ୍ୟର ୨୫ଟି ଜିଲ୍ଲାରେ ଚାଲିବ। କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଡାଟା ପୂର୍ବରୁ ଡିସିଜିଆଇକୁ ହସ୍ତାନ୍ତର କରାସରିଛି।