ଶୀତଦିନେ ସକାଳୁ ଉଠିବା ସବୁଠାରୁ ବଡ ଦୁଃଖର ବିଷୟ । ନା ନିଦ ଭାଙ୍ଗେ ନା ବ୍ଳାଙ୍କେଟ ଭିତରୁ ବାହାରକୁ ଯିବାକୁ ଇଚ୍ଛା ହୁଏ । ତେବେ ଏଥିପାଇଁ ଆପଣ ଟେନସନ ନିଅନ୍ତୁ ନାହିଁ, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଟିପ୍ସ ଯାହା ଆପଣଙ୍କୁ ଏହି କଠିନ କାର୍ଯ୍ୟରେ ସାହାଯ୍ୟ କରିବ ।

ଆଲାର୍ମ : କିଛିଲୋକ ଆଲାର୍ମ ବାଜିବା ମାତ୍ରେ ତାକୁ ବନ୍ଦ କରିଦିଦିଅନ୍ତି, ପୁଣି ଆଉଥରେ ଶୋଇବାକୁ ଯାଆନ୍ତି। କିନ୍ତୁ ଏଥର ଆପଣଙ୍କୁ ନିଜ ମନକୁ ବୁଝାଇବାକୁ ପଡିବ ଯେ, ଆଲାର୍ମର ବାଜିବା ଅର୍ଥ ଶଯ୍ୟାରୁ ଉଠିବା । ଯଦି ଏହା ନକରିବା ତେବେ ବଡ କ୍ଷତି ହୋଇପାରେ ।
ମୋବାଇଲ୍ : ସକାଳୁ ଉଠିବା ପରେ ବି ଯଦି ଆପଣ ଉଠିବାକୁ ସକ୍ଷମ ନୁହଁନ୍ତି ତାହେଲେ ନିଜ ମୋବାଇଲ୍ ଯାଞ୍ଚ କରନ୍ତୁ ।ମୋବାଇଲ୍ ଚଳାଇବାବେଳେ ଆପଣ ସଚେତନ ହୋଇଥାନ୍ତି ଏବଂ ଆପଣଙ୍କର ମସ୍ତିଷ୍କ ଏଥିରେ ଆକ୍ଟିଭ ହୋଇଯାଇଥାଏ । ହ୍ଵାଟ୍ସଆପ ଏବଂ ଫେସବୁକ୍ ଚେକ କରନ୍ତୁ କିମ୍ବା ଅସମ୍ପୂର୍ଣ୍ଣ ଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ । ଦେଖିବେ କିପରି ନିଦ ଏକଦମ ଉଭେଇ ଯିବ ।
ବିଛଣା ଛାଡି ଦିଅନ୍ତୁ : ସକାଳେ ନିଦ ଭାଙ୍ଗିବା ମାତ୍ରେ ଏବଂ ଆଲାର୍ମ ବାଜିବା ମାତ୍ରେ ଶୀଘ୍ର ବିଛଣା ଛାଡ଼ିଦିଅନ୍ତୁ । ଏହିପରି ଭାବେ ଆପଣଙ୍କ ଦିନର ଆରମ୍ଭ ସକରାତ୍ମକ ହେବ ଏବଂ ପୁନର୍ବାର ଶୋଇବା ପରିବର୍ତ୍ତେ ଆପଣଙ୍କୁ ନିଜର ଦିନଚର୍ଯ୍ୟା ବଢାଇବାକୁ ଇଛା ହେବ ।
