ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବିଜେପି ପକ୍ଷରୁ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ସମେତ ବିଜେପି ସଦସ୍ୟମାନେ ସରବାହାଲ ଓ ସୁନାରିମୁଣ୍ଡାସ୍ଥିତ ଡ. ବିଆର ଅମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ବିଜେପି ସଭାପତି ଶ୍ରୀ ସାହୁ ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ତଥା ଭାରତୀୟ ସମ୍ବିଧାନ ସମ୍ପର୍କିତ ଅନେକ ତଥ୍ୟ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ନୱଲ ଅଗ୍ରୱାଲ, ଦିନେଶ ଜୈନ, ନେତାଜୀ ପଟ୍ଟନାୟକ, ବିମଳେନ୍ଦୁ ଭୋଳ, ପୁରୁଷୋତ୍ତମ ଥିରାନୀ, ବଲବିନ୍ଦର ସିଂ, ଆନନ୍ଦ ଗୋୟଲ, ମନୋଜ କଲେତ ପ୍ରମୁଖଙ୍କସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।