ଆଜିଠାରୁ ଭୁବନେଶ୍ୱରରେ ଲାଗୁ ହେଲା ଅଡ୍-ଇଭିନ୍ ରୁଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୟରେ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌-ଇଭିନ୍‌ ନିୟମ। ଏହି ନିୟମ ଅନୁସାରେ ଆଜିଠାରୁ ସାଧାରଣ ପରିବହନରେ କାର୍ୟ୍ୟ କରୁଥିବା ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ଚାଲିବ। ସେହିପରି ଆସନ୍ତାକାଲି ୨୧ ତାରିଖ ହୋଇଥିବାରୁ ରାସ୍ତାରେ କେବଳ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ କରିବ। ତେସେହିପରି ୨୨ ତାରିଖରେ ଯୁଗ୍ମ ନମ୍ବର ଥିବାର ଗାଡ଼ି ଚଳାଚଳ କରିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ କରାଯାଇ ନାହିଁ। ସେହିପରି ହସ୍ପିଟାଲ, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ।

ପୂର୍ବରୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଏଭଳି ନିୟମ ଲାଗୁ କରାଯାଇଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି। ତେବେ ଏହି ନିୟମ କେବଳ ପବ୍ଲକି ଟ୍ରାନ୍ସପୋର୍ଟ ପାଇଁ ଲାଗୁ ହୋଇଛି। ଏଥିରୁ ଆମ୍ବୁଲାନ୍ସ, ଘରୋଇ ବାହାନ, ତଥା ଏମର୍ଜେନ୍ସ ଗାଡ଼ିକୁ ବାଦ ଦିଆଯାଇଛି।