୧.୨୭ କୋଟି କରଦାତାଙ୍କୁ ମଳିଲା ଆଇଟି ରିଫଣ୍ଡ୍

ନୂଆଦିଲ୍ଲୀ,ଏଜେନ୍ସି: ଗତ ୧ ଏପ୍ରିଲ୍‌ରୁ ୧୩ ଡିସେମ୍ବର ମଧ୍ୟରେ ଆୟକର ବିଭାଗ ଦେଶର ୧.୨୭ କୋଟି କରଦାତାଙ୍କୁ ଆୟକର ରିଫଣ୍ଡ ଜାରି କରିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସୂଚନା ଦେଇଛି। ଟ୍ୱିଟ୍ ମାଧ୍ୟମରେ ସୂଚନା ଜାରି କରି ସିବିଡିଟି କହିଛି ଯେ ଏହି ଅବଧିରେ ୧,୩୬,୭୭୯ କୋଟିରୁ ଊର୍ଦ୍ଧ୍ୱ ରିଫଣ୍ଡ୍ ରାଶି ଜାରି କରାଯାଇଛି। ବ୍ୟକ୍ତିଗତ କରଦାତାଙ୍କୁ ୪୬,୩୬୮ କୋଟି ଓ କର୍ପୋରେଟ୍ କରଦାତାଙ୍କ କ୍ଷେତ୍ରରେ ୯୦,୩୪୦ କୋଟି ଟଙ୍କା ଫେରସ୍ତ କରାଯାଇଛି।