ପ୍ରକୃତ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇନଥିବା ଅଭିଯୋଗ

କୋରାପୁଟ,ଏନ୍ଏନ୍ଏସ୍: ବୋରିଗୁମ୍ମା ତହସିଲ ଅନ୍ତର୍ଗତ ପୋଡ଼ାପଦର ମଣ୍ଡିରେ ପ୍ରକୃତ ଚାଷୀଙ୍କ ପରିବର୍ତ୍ତେ ଦଲାଲଙ୍କ ନାମ ପଞ୍ଜୀକୃତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ କ୍ରୟ ନିମନ୍ତେ ରବି ନାରାୟଣ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଅନିୟମିତତା ହୋଇଥିବା ଅଭିଯୋଗ କରି କାମତାସ୍ଥିତ ଲ୍ୟାମ୍ପସରେ ଧାନକ୍ରୟ କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିବା ସହ ଜୟପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ସମୟରେ ସୁବାସ ମହାନ୍ତି, ରାମକୃଷ୍ଣ ଷଡ଼ଙ୍ଗୀ, ଲୋକନାଥ ମହାପାତ୍ର, ଜି ଡି ମିଶ୍ର, ଟି.ରଥ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।