ବାହାଘର ଦିନ ରକ୍ତଦାନ କଲେ ବର କନ୍ୟା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବାହାଘରରେ ରକ୍ତଦାନ କରି ଝାରସୁଗୁଡାର ଏକ ବର କନ୍ୟା ଯୋଡ଼ି ସାଧାରଣ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ‘ରକ୍ତଦାନ ମହତ ଦାନ’ର ବାର୍ତ୍ତାଦେଇ ନିଜ ବାହାଘର ଦିନ ଝାରସୁଗୁଡ଼ା ଜିଲ୍ଲାର ବର ସମାଜସେବୀ ଅରବିନ୍ଦ ବାରିକ ରକ୍ତଦାନ କରିଛନ୍ତି। ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ତେଣୁ ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ରକ୍ତଦାନ କରିବାର ଆବଶ୍ୟକତା ରହିଛି। ସେ ଜୀବନରେ ୧୫୦ଥର ରକ୍ତ ଦାନ କରିବାର ଲକ୍ଷ୍ୟ ରଖିଛନ୍ତି। କେବଳ ଏତିକି ନୁହେଁ, ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସିଲୁ ପ୍ରଧାନ ତାଙ୍କୁ ଉତ୍ସାହିତ କରିବା ସହ ବାହାଘର ଦିନ ରକ୍ତଦାନ କରିବା ପାଇଁ ପ୍ରେରଣା ଦେଇଥିଲେ ବୋଲି ସେ କହିଛନ୍ତି। ଅରବିନ୍ଦ ବାରିକ ଝାରସୁଗୁଡା ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ତଥା ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟର ସଭାପତି ହୋଇଥିବାବେଳେ ବିଭିନ୍ନ ସମାଜସେବା କାର୍ଯ୍ୟରେ ଜଡ଼ିତ।