ଭାରତକୁ ମିଳିଲା ଇସ୍ରାଏଲର ସହଯୋଗ, ଅକ୍ସିଜେନ ସମସ୍ୟା ଦୂର କରିବାକୁ ଆସିବେ ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ସଂକଟ ସମୟରେ ଭାରତର ସାଥୀ ହୋଇଛି ଇସ୍ରାଏଲ। ଅକ୍ସିଜେନ କନସେଣ୍ଟ୍ରେଟରର ଠାରୁ ଆରମ୍ଭ କରି ଔଷଧ ଉପଲବ୍ଧ କରାଇବା ପର୍ଯ୍ୟନ୍ତ ସହଯୋଗ କରୁଛି ଇସ୍ରାଏଲ। ଭାରତରେ ଥିବା ଇସ୍ରାଏଲର ରାଜଦୂତ ରନ୍ ମାଲକୋ ସ୍ପଷ୍ଟ କରିଛନ୍ତି ଯେ, କରୋନା ସଂକଟ ସମୟରେ ଇସ୍ରାଏଲ ସମସ୍ତ ପ୍ରକାରର ସହଯୋଗ କରିବ। ସେ କହିଛନ୍ତି ଯେ, ଇସ୍ରାଏଲ ସରକାର ଏବଂ କଂପାନୀ ଏହି ସମୟରେ କେବଳ ଦିଲ୍ଲୀର ସହଯୋଗ ନେଇ ଚିନ୍ତା କରୁଛି। ଆମର ପ୍ରଥମ ପ୍ରାଥମିକତା ହେଉଛି ଦିଲ୍ଲୀକୁ ସଂକଟ ସମୟରେ ସହଯୋଗ ପ୍ରଦାନ କରିବା।

ରନ ମାଲକୋ କହିଛନ୍ତି ଯେ, ଜରୁରୀକାଳୀନ ସାମଗ୍ରୀ ସମେତ ଇସ୍ରାଏଲରୁ କିଛି ଟିମ ଖୁବ ଶୀଘ୍ର ଭାରତ ଆସିବେ। ଏହି ଟିମ ଦିଲ୍ଲୀର ସହାୟତା କରିବ। ଉଦହାରଣ ଭାବେ ଆମେ ରାପିଡ ଟେଷ୍ଟିଂ ଓ ଅକ୍ସିଜେନ କନସେଣ୍ଟ୍ରେଟର ବିକଶିତ କରିବାକୁ ଟିମ ମଗାଇଛୁ। ଇସ୍ରାଏଲ ରାଜଦୂତ କହିଛନ୍ତି ଯେ, ଆମେ କେବେ ବି ଭାରତର ସହଯୋଗକୁ ଭୁଲିପାରିବୁ ନାହିଁ। ଭାରତ ଯେତେବେଳେ ସଂକଟ ପରିସ୍ଥିତି ଦେଇ ଗତି କରୁଛି, ଆମେ ଯଥା ସମ୍ଭବ ସହଯୋଗ କରିବୁ। ଉଭୟ ଦେଶ ମଧ୍ୟରେ ମଧୁର ସଂପର୍କ ରହିଛି।