ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବାର ଏକ ସପ୍ତାହ ପରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କ୍ୟାବିନେଟର ମନ୍ତ୍ରୀମାନେ ଆଜି କୋଲକାତା ସ୍ଥିତ ରାଜଭବନରେ ପଦ ଓ ଗୋପନୀୟତାର ସହିତ ଶପଥପାଠ ଗ୍ରହଣ କରିବେ। ମୋଟ ୪୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥପାଠ କରାଇବେ। ଏଥିରେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଅନ୍ୟ ୧୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଶପଥ ନେବେ।
ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରହାଦ ହକୀମ, ଜ୍ୟୋତି ପ୍ରିୟ ମଲ୍ଲିକ, ମୂଲୀ ଘାତକ, ଅରୂପ ବିଶ୍ୱାସ, ଡ. ଶଶୀ ପଂଜା ଏବଂ ଜାଭେଦ ଅହମ୍ମଦ ଖାନ ସାମିଲ ଅଛନ୍ତି। ମମତାଙ୍କ କ୍ୟାବିନେଟରେ ପଶ୍ଚିମବଙ୍ଗ ରଣଜୀ କ୍ରିକେଟର ପୂର୍ବତନ ଅଧିନାୟକ ମନୋଜ ତିୱାରୀ, ଆଇପିଏସ ଅଧିକାରୀ ହୁମାୟୁନ କବୀର ଓ ସିଉଳୀ ଶାହାଙ୍କ ସହିତ ୧୦ ଜଣଙ୍କୁ ନୂତନ ଭାବେ ମନ୍ତ୍ରୀ ପଦ ଦାୟିତ୍ୱ ମିଳିବ।