ଆଜିଠୁ ତାମିଲନାଡୁରେ ୧୪ ଦିନ ତାଲା ବନ୍ଦ

ଚେନ୍ନାଇ,ଏଜେନ୍ସି: ତାମିଲନାଡୁରେ କରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି। ସଂକ୍ରମଣର ଦ୍ରୁତ ଗତିକୁ ରୋକିବା ପାଇଁ ରାଜ୍ୟ ସରକାର ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି।

ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଆଜିଠାରୁ ୨୪ ତାରିଖ ଯାଏଁ ରାଜ୍ୟରେ ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣକୁ ରୋକିବାକୁ ହେଲେ ଲକଡାଉନ ହିଁ ଏକମାତ୍ର ବିକଳ୍ପ। ସଚେତନତା ଓ ନିୟମପାଳନ ହିଁ କରୋନା କବଳରୁ ଲୋକଙ୍କୁ ରକ୍ଷା କରିପାରିବ। ପ୍ରକାଶ ଥାଉ କି, ତାମିଲନାଡୁରେ ୧ ଲକ୍ଷ ୩୯ ହଜାର ୪୦୧ ସକ୍ରିୟ ମାମଲା ରହିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତେଲେଙ୍ଗାନାରେ ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି।