କାଠମାଣ୍ଡୁର ପାକିସ୍ତାନୀ ଦୂତାବାସରେ ଆଇଏଏସଆଇର ବୈଠକ, ଭାରତ ବିରୋଧରେ କରିପାରେ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,ଏଜେନ୍ସି: ପଡୋଶୀ ଦେଶ ପାକିସ୍ତାନ ନିଜର ପ୍ରକୃତିରୁ ଓହରିପାରୁ ନାହିଁ । ଭାରତ ବିରୋଧରେ ଲଗାତାର ଷଡଯନ୍ତ୍ର ରଚୁଛି । ଭାରତ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଏବେ ପାକିସ୍ତାନ, ନେପାଳକୁ ବ୍ୟବହାର କରୁଛି ଏବଂ ନେପାଳରେ ଭାରତ ବିପକ୍ଷରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସ୍‌ଆଇ)ର ବୈଠକ ଆୟୋଜନ ହେବାକୁ ଯାଉଛି । ଆଇଏଏସଆଇର ଏହି ବୈଠକ କାଠମାଣ୍ଡୁସ୍ଥିତ ପାକିସ୍ତାନୀ ଦୂତାବାସରେ ହେବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ଦୂତାବାସରେ ଆୟୋଜନ ହେବାକୁ ଥିବା ଆଇଏସଆଇର ବୈଠକରେ ଭାରତ ବିରୋଧୀ ଏଜେଣ୍ଡା ଉପରେ ଚର୍ଚ୍ଚା ହେବ । ଏହି ବୈଠକରେ ଆଇଏଏସଆଇ ଏଜେଣ୍ଟ ଓ ନେପାଳର ବରିଷ୍ଠ ଅବସରପ୍ରାପ୍ତ ସେନା ଅଧିକାରୀ ହେବ ।

ଜୁଲାଇ ଶେଷ ସପ୍ତାହରେ କାଠମାଣ୍ଡୁରେ ପାକିସ୍ତାନୀ ଦୂତାବାସ ଦ୍ୱାରା ବୈଠକ ହୋଇପାରେ । ଏହି ବୈଠକରେ ଡିଆଜି (ଅବସରପ୍ରାପ୍ତ) କେଦାର ରିଜାଲ ଓ ମେଜର ଜେନେରାଲ ହେମନ୍ତ ରାଜ କୁମ୍ବର (ପୂର୍ବତନ ନିର୍ଦ୍ଦେଶାଳୟ ସେନା ଗୁଇନ୍ଦା ନେପାଳ) ସାମିଲ ହୋଇପାରନ୍ତି । ଏହି ଆୟୋଜନର ମୁଖ୍ୟ ସମନ୍ୱୟକ ଆଇଏଏସଆଇ ଅପରେଟିଭ ମହମ୍ମଦ ରକସାନ ନୂର୍ତି ଅଟନ୍ତି ।