ଫସଲ ବୀମା ଟଙ୍କା ପ୍ରଦାନରେ ଅନିୟମିତତା: ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡି ହେଉଥିବାରୁ ଚାଷୀମାନେ ପ୍ରଭାବିତ ହେଉଛନ୍ତି। ତେବେ ୨୦୧୯-୨୦ ମସିହାରେ ଚାଷୀମାନେ କୃଷି ବୀମା କରିଥିଲେ, ମାତ୍ର ଏଥିରେ ତାଙ୍କୁ ଉଚିତ ମୁଲ୍ୟ ମିଳିନଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ୍ ବୁଢାବାହାଲ ଗ୍ରାମ ପଞ୍ଚାୟତର ଚାଷୀମାନେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ପଞ୍ଚାୟତ ବାସୀଙ୍କୁ କୃଷି ବୀମା ଯୋଜନା ଅନୁଯାୟୀ ଫସଲର ୫୦ରୁ ୬୦ ପ୍ରତିଶତ ଅଂଶର ଟଙ୍କା ମିଳିବା କଥା, ହେଲେ ୧୬ ପ୍ରତିଶତରୁ କମ ପରିମାଣରେ ବୀମା ଟଙ୍କା ମିଳିଛି। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଏହାର ଉଚିତ ପଦକ୍ଷେପ ନେଇ ଚାଷୀଙ୍କୁ ଟଙ୍କା ଦିଆଯାଉ ବୋଲି ବୁଢା ବାହାଲ ସରପଞ୍ଚ କପିଳ ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତର ଵୈକୁଣ୍ଠ ମାଝୀ, ଗଦାଧର ସାହୁ, ବିନାୟକ ବେହେରା, ରଞ୍ଜିତ ସିଂ, ଧୃବ ସାହୁ, ବିନେସ ଗହୀର, ପଦ୍ମଲୋଚନ ସାହୁ, ଚକ୍ର ଧର ସାହୁ, ସୁଶାନ୍ତ ସୁନା, କିଶୋର ମହାଳିଙ୍ଗ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ। ଯଦି ଆଗାମୀ ଦିନରେ ଚାଷୀଙ୍କୁ ତାଙ୍କ ଉଚିତ ମୂଲ୍ୟର ଟଙ୍କା ନ ମିଳେ ତେବେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।