Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇପିଏଲ୍‌ ୨୦୨୩: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ୭ ରନରେ ଜିତିଲା ଦିଲ୍ଲୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇପିଏଲ୍‌ ୨୦୨୩: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ୭ ରନରେ ଜିତିଲା ଦିଲ୍ଲୀ

ହାଇଦ୍ରାବାଦ,ଏଜେନ୍ସି: ଚଳିତ ଆଇପିଏଲ ୨୦୨୩ରେ ସୋମବାର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେବଳ ୧୪୪ ରନ ହିଁ କରିପାରିଥିଲା ଦିଲ୍ଲୀ । ତେବେ ଏହାକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୩୭ ରନରେ ଅଟକି ଯାଇଥିଲା ହାଇଦ୍ରାବାଦ । ଫଳରେ ଚଳିତ ସଂସ୍କରଣରେ ୭ ରନରେ ନିଜର ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଅକ୍ଷର ପଟେଲ ।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଥିଲେ ଫିଲିପ ସର୍ଟ । ତେବେ ଅଧିନାୟକ ୱାର୍ନର ଓ ମିଚେଲ ମାର୍ଶ କିଛି ସମୟ ପାଳି ସମ୍ଭାଳିଥିଲେ । ୧୫ ବଲରୁ ୫ ଚୌକା ସହ ୨୫ ରନ କରି ଟି ନଟରାଜନଙ୍କ ଶିକାର ପାଲଟିଥିଲେ ମାର୍ଶ । ଏହାପରେ ଡେଭିଡ ୱାର୍ନର ମଧ୍ୟ ୨୦ ବଲରୁ ୨୧ ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ସର୍ଫରାଜ ଖାନ ଓ ଅମନ ହାକିମ ଖାନ ମଧ୍ୟ କେବଳ ୧୦ ଓ ୪ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ୩୪ ରନ ଲେଖାଏଁ କରି ଆଉଟ ହୋଇଥିଲେ । ଦଳର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୪୪ ରନ କରିପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଆଜି ଭୁବନେଶ୍ବର କୁମାରଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ ଓଭର ବୋଲିଂ କରିଥିବା ଭୁବନେଶ୍ବର କେବଳ ୧୧ ରନ ବ୍ୟୟ କରି ୨ଟି ବହୁମୂଲ୍ୟ ୱିକେଟ ହାତେଇଥିଲେ । ୱାଶିଂଟନ ସୁନ୍ଦର ୪ ଓଭରରୁ ୨୮ ରନ ବ୍ୟୟରେ ୩ଟି ୱିକେଟ ପାଇଥିବା ବେଳେ ନଟରାଜନଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ଚଳିତ ସଂସ୍କରଣରେ ତୃତୀୟ ବିଜୟ ପାଇଁ ହାଇଦ୍ରାବାଦ ଆଗରେ କେବଳ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଦଳୀୟ ସ୍କୋର ୩୧ ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ହ୍ୟାରୀ ବ୍ରୁକ ୧୪ ବଲରୁ କେବଳ ୭ ରନ କରି ନୋର୍ଖିଆଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ଏହାପରେ ଦଳ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ସେ ୩୯ ବଲରୁ ୭ ଚୌକା ବଳରେ ୪୯ ରନ କରିଥିଲେ । ରାହୁଲ ତ୍ରିପାଠୀ ୨୧ ବଲରୁ ୧୫ ରନ କରି ଆଉଟ ହୋଇଥିବା ବେଳେ ଅଭିଷେକ ଶର୍ମା ଓ ଅଧିନାୟକ ମାର୍କ୍ରମ ମଧ୍ୟ କୌଣସି କମାଲ କରିପାରିନଥିଲେ । ହେନରିଚ କ୍ଲାସିନ ୧୯ ବଲରୁ ୩୧ ରନର ପାଳି ଖେଳି ଆଉଟ ହୋଇଥିଲେ । ୱାଶିଂଟନ ସୁନ୍ଦର ୧୫ ବଲରୁ ଅପରାଜିତ ୨୪ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ ।

ଦିଲ୍ଲୀ ପକ୍ଷରୁ ମଧ୍ୟ ଆଜି ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଅକ୍ଷର ପଟେଲ ୪ ଓଭରରୁ ମାତ୍ର ୨୧ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିବା ବେଳେ ନୋର୍ଖିଆଙ୍କୁ ମଧ୍ୟ ୨ଟି ୱିକେଟ ମିଳିଥିଲା । ତେବେ ସେ ଦଳ ପକ୍ଷରୁ ସର୍ବାଧିକ ୩୩ ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।