ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥଙ୍କ ଦ୍ବାର

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡରେ ଜାରି ରହିଛି ଚାରିଧାମ ଯାତ୍ରା । ଆଜିଠାରୁ ଆରମ୍ଭ ହେଲା କେଦାରନାଥ ଯାତ୍ରା । ଦୀର୍ଘ ସମୟର ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହେବ ବାବା କେଦାରନାଥଙ୍କ ଧାମ । ଆଜି ସକାଳ ସମୟରେ ବାବା କେଦାରନାଥଙ୍କ ମୁଖ୍ୟଦ୍ବାର ଖୋଲିଛି । ଭକ୍ତଙ୍କୁ ପାଇଁ ମନ୍ଦିର କବାଟ ଖୋଲାଯାଇଛି । କେଦାରନାଥ ମନ୍ଦିରର ମୁଖ୍ୟ ପୂଜକ ଜଗଦଗୁରୁ ରାୱଲ ଭୀମା ଶଙ୍କର ଲିଙ୍ଗ ଶିବଚାର୍ଯ୍ୟ ଏହି ମନ୍ଦିର ଦ୍ବାର ଖୋଲିଥିଲେ। ଢୋଲ ବାଜା ଓ ଶଙ୍ଖନାଦରେ କମ୍ପୁଛି ମନ୍ଦିର ପରିସର । ଏହି ଅବସରରେ କେଦାରନାଥ ମନ୍ଦିରକୁ ଫୁଲରେ ସଜାଯାଉଛି । ପ୍ରାୟ ୨୦ କ୍ବିଣ୍ଟାଲ ଫୁଲରେ ମନ୍ଦିର ପରିସରକୁ ସଜାଯାଇଥିବା ସୂଚନା ରହିଛି । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ଚଳିତ ଥର କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟରର ସୁବିଧା କରାଯାଇଛି । ଶ୍ରଦ୍ଧାଳୁ ମାନେ ପଦଯାତ୍ରା ସହ ହେଲିକପ୍ଟର ଯୋଗେ କେଦାରନାଥ ଧାମରେ ପହଞ୍ଚିପାରିବେ ।