Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅପରାଜେୟ, ଅଦମନୀୟ ଭାରତ: ଅଷ୍ଟ୍ରେଲିଆ ୪-୩ରେ ସୁଟ୍‌ଆଉଟ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅପରାଜେୟ, ଅଦମନୀୟ ଭାରତ: ଅଷ୍ଟ୍ରେଲିଆ ୪-୩ରେ ସୁଟ୍‌ଆଉଟ୍‌

ରାଉରକେଲା,ଏନ୍‌ଏନ୍ଏସ୍‌: ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲା ଭାରତ-ଅଷ୍ଟ୍ରେଲିଆ ପ୍ରୋ-ଲିଗ୍‌ ମୁକାବିଲା। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍କୋର ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ସେତେବେଳକୁ ସମସ୍ତଙ୍କ ଛାତି ଧଡ୍‌ଧଡ୍‌। ହେଲେ ଶେଷରେ କରିସ୍ମା ଦେଖାଇଥିଲେ ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ। ଯଦ୍ବାରା କଡ଼ା ସଂଘର୍ଷପୂର୍ଣ୍ଣ ତଥା ଉତ୍କଣ୍ଠାପୂର୍ଣ୍ଣ ପେନାଲଟି ସୁଟ୍‌ଆଉଟ୍‌ରେ ଭାରତ ୪-୩ ଗୋଲ୍‌ରେ ବାଜି ମାରି ନେଇଥିଲା। ଚମତ୍କାର ପ୍ରଦର୍ଶନ ପାଇଁ ହର୍ମନପ୍ରୀତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ପରେ ଭାରତ ସର୍ବାଧିକ ୧୯ ପଏଣ୍ଟ୍‌ ସହ ପ୍ରୋ-ଲିଗ୍‌ ଟେବଲ୍‌ର ଶୀର୍ଷ ସ୍ଥାନକୁ ଦୃଢ଼ କରିଛି।

ବୁଧବାର ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରୋଚକପୂର୍ଣ୍ଣ ଲଢ଼େଇ ଦେଖିବାକୁ ମିଳିଥିଲା। ଭାରତ ଦ୍ବିତୀୟ ମିନିଟ୍‌ରେ ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ଦଳ ହାତଛଡ଼ା କରିନଥିଲା। ଶତକୀୟ ମ୍ୟାଚ୍‌ ଖେଳୁଥିବା ବିବେକ ସାଗର ପ୍ରସାଦ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଗୋଲ୍‌ ପାଇଁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଇଥିଲେ। ତେବେ ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରି ୩୭ତମ ମିନିଟ୍‌ରେ ଏକ ପେନାଲଟି ଷ୍ଟ୍ରୋକ୍‌ ପାଇଥିଲା।

ଏହାକୁ ନାଥନ ଏଫ୍ରାମ୍‌ସ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ କରିଥିଲେ। ଉଭୟ ଦଳ ରଣକୌଶଳ ପରିବର୍ତ୍ତନ କରି ଆକ୍ରମଣକୁ ତୀବ୍ର କରିଥିଲେ। ମ୍ୟାଚ୍‌ର ୪୭ତମ ମିନିଟ୍‌ରେ ସୁଖଜିତ ସିଂହଙ୍କ ଚମତ୍କାର ଗୋଲ୍‌ ବଳରେ ଭାରତ ୨-୧ରେ ଆଗୁଆ ହୋଇଥିଲା। ୫୧ତମ ମିନିଟ୍‌ରେ ଟିମ୍‌ ହୋୱାର୍ଡ ଏକ ଗୋଲ୍‌ ଦେଇ ସ୍କୋର ୨-୨ ସମାନ ସ୍ଥିତିକୁ ନେଇଯାଇଥିଲେ। ଏହାପରେ ଉଭୟ ଦଳ ଢେର ପ୍ରୟାସ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାରେ ସଫଳ ହୋଇନଥିଲେ। ମ୍ୟାଚ୍‌ରେ ଭାରତ ମୋଟ ୫ଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲା ବେଳେ ଅଷ୍ଟ୍ରେଲିଆ ୭ଟି ପେନାଲଟି କର୍ଣ୍ଣର ଓ ଗୋଟିଏ ପେନାଲଟି ଷ୍ଟ୍ରୋକ୍‌ର ସୁଯୋଗ ପାଇଥିଲା।