Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯୋଗଦେଲେ ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯୋଗଦେଲେ ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ

ମତ୍ସ୍ୟ ଉତ୍ପାଦନରେ ଓଡ଼ିଶାକୁ ଏକ ନମ୍ବର କରିବାକୁ କାର୍ଯ୍ୟ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୩/ଏନ୍‌ଏନ୍‌ଏସ୍‌: ରାଜ୍ୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ ଯୋଗ ଦେଇଛନ୍ତି । ଲୋକସେବା ଭବନରେ ନବନିଯୁକ୍ତ ଅଧିକାରୀଙ୍କ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ମତ୍ସ୍ୟଚାଷ ପ୍ରତି ଉତ୍ସାହିତ କରିବାକୁ ନବନିଯୁକ୍ତ ଅଧିକାରୀଙ୍କୁ କହିଥିଲେ । ଏହା ସେମାନଙ୍କ ଆୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ, ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ବର୍ତ୍ତମାନ ଦେଶର ଚତୁର୍ଥ ସ୍ଥାନରେ ରହିଛି । ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନରେ ଏକ ନମ୍ବର କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ । ୫-ଟି ଉପକ୍ରମର ଅନୁକରଣ କରି ନବନିଯୁକ୍ତ ଅଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟ କରି ମତ୍ସ୍ୟ ଚାଷୀଙ୍କ ଜୀବନରେ ରୂପାନ୍ତର ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ରାଜ୍ୟରେ ମତ୍ସ୍ୟଚାଷ କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ, ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ମତ୍ସ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ଆର୍ôଥକ ବର୍ଷରେ ମତ୍ସ୍ୟ ଉତ୍ପାଦନ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଥିଲା । ଏହି ସମୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ଗୁଣ ବୃଦ୍ଧି ପାଇଛି । କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତ୍ସ୍ୟଚାଷ କ୍ଷେତ୍ରରେ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ମତ୍ସ୍ୟଚାଷ ଗ୍ରାମୀଣ ଅର୍ଥନୀତିରେ ବଡ଼ ଉନ୍ନତି ଆଣିପାରେ । ଦୁଇ ଅଧିକାରୀ ଅସ୍ମିତା ପାଣ୍ଡେ ଏବଂ ଉର୍ମିଳା ଗମାଙ୍ଗୋ ସ୍ୱଚ୍ଛ ଏବଂ ତ୍ୱରିତ ନିଯୁକ୍ତି ପ୍ରକ୍ରିୟା ନେଇ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ ।

ସେହିପରି ନବନିଯୁକ୍ତ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ଆଲୋଚନା କରିବା ସହ ମୋ-ସରକାର ବିଷୟରେ ବୁଝାଇଥିଲେ । ଓଡ଼ିଶାର ଭିଜନ୍ ପୂରଣ କରିବା ପାଇଁ ଯୁବ ଅଧିକାରୀମାନେ କଠିନ ପରିଶ୍ରମ କରିବା ଉଚିତ୍ ବୋଲି ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ବିଭାଗୀୟ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଏବଂ ମତ୍ସ୍ୟ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ, ୨୦୦୦-୦୧ରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୭୯ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୪୫୨୬ କୋଟି ଟଙ୍କାରେ ପହଞ୍ଚିଛି ।