ମାଲକାନଗିରିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପତଞ୍ଜଳୀ ଯୋଗ ସମିତି, ଓଡ଼ିଶା ଯୋଗ ମହତ୍ସୋବ ସମିତି, ଆରଏସଏସ, ରେଡ କ୍ରସ, ଆଓମା ସମେତ ବିଭିନ୍ନ ସଂସ୍ଥା ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ଓ ମଲିକେଶ୍ୱରରେ ଏହି ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ନାଗରିକ, ଯୁବକ, ଯୁବତୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ। କରୋନା ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାମାଜିକ ଦୂରତା ରକ୍ଷା କରି ଲୋକେ ଘରେ ଯୋଗ ଓ ପରିବାର ସହ ଯୋଗ କରୁଥିବା ଦେଖାଯାଇଛି। ଏହି ଅବସରରେ କଟି ସଂଚାଳନ, ଆଂଣ୍ଠୁ ସଂଚାଳନ, ତାରାସନ, ବୃକ୍ଷାସନ, ଅର୍ଦ୍ଧଚକ୍ରାସନ, ତ୍ରିକୁଣାସନ, ଭଦ୍ରାସନ, ଶସକାସନ, ବକ୍ରାସନ, ମକରାସନ, ଭୃଜଙ୍ଗାସନ, ଲଭାସନ, ସେତୁବୃନ୍ଧାସନ, ଉତାନପରାସନ, ପବନମୁକ୍ତାସନ, ଶବାସନ, କପାଳଭାରତୀ, ଅନୁଲମବିଲମ, ଶୀତଳୀଭ୍ରାବରୀ ଓ ଧ୍ୟାନ ଭଳି ବିଭିନ୍ନ ଯୋଗ କରିଥିଲେ। ଯୋଗ ଦ୍ୱାରା ରୋଗ ପ୍ରତିିରୋଧକ ଶକ୍ତି ବୃଦ୍ଧି ଓ ରୋଗ ଦୂର ହେବା ସହ ମନର ସ୍ଥିତି, କାର୍ଯ୍ୟଦକ୍ଷତା ବୃଦ୍ଧି ଘଟିବ। ତେଣୁ ପ୍ରତିଦିନ ସମେସ୍ତ ଯୋଗ ପାଇଁ କିଛି ସମୟ ଦେବାକୁ ଓଡ଼ିଶା ଯୋଗ ମହତ୍ସୋବ ସମିିତିର ଜିଲ୍ଲା ସଂଯୋଜକ ଭୂବନାନନ୍ଦ ସାହୁ ଅନୁରୋଧ କରିଛନ୍ତି।