ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତ ବର୍ଷରେ ଜଗନ୍ନାଥ ସଂସ୍କୃତିର ପଟାନ୍ତର ନାହିଁ। ତେଣୁ କୋଭିଡ-୧୯ର କଟକଣାକୁ ଉଲଂଘନ ନକରି ରଥଯାତ୍ରା ପାଳନ କଲେ ସବୁ ଦୃଷ୍ଟିରୁ ମଙ୍ଗଳ ହେବ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ରଥଯାତ୍ରା ଓଡ଼ିଶାର ପ୍ରତ୍ୟେ ଜନସାଧାରଣଙ୍କ ଭକ୍ତି, ଶ୍ରଦ୍ଧା ଓ ଭାବାବେଗ ସହ ଜଡ଼ିତ। ପୂର୍ବରୁ କେବଳ ବିଦେଶୀ ଆକ୍ରମଣ ସମୟରେ କାଁ ଭାଁ ରଥଯାତ୍ରା ବନ୍ଦ ହୋଇଥିଲା।
ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି କି, ରାଜ୍ୟ ସରକାର ରଥଯାତ୍ରା ପାଳନରେ ଜନ ସମାଗମ କରାଯିବ ନାହିଁ ଏବଂ ହାତୀ ମାଧ୍ୟମରେ ରଥ ଟଣାଯିବା ପରି ବିକଳ୍ପ ବ୍ୟବସ୍ଥାର ପ୍ରସ୍ତାବ ଦେଇଥିଲେ ସୁପ୍ରିମ କୋର୍ଟ ରଥଯାତ୍ରା ବନ୍ଦ କରିବାର ନିର୍ଦ୍ଦେଶ ହୁଏତ ଦେଇନଥାନ୍ତେ। ତେଣୁ ସାମାଜିକ ଦୂରତା ଓ ଜନ ସମାଗମ ବିନା ରଥଯାତ୍ରା ପାଳନର ବିକଳ୍ପ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଦର୍ଶାଇ ରଥଯାତ୍ରା ପାଳନ କରିବାର ଅନୁମତି ପ୍ରାପ୍ତ କଲେ ସବୁ ଦୃଷ୍ଟିରୁ ମଙ୍ଗଳ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି