ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ପୁଣିଥରେ ନିୟମିତ ରୂପେ ନିର୍ଦ୍ଧାରିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ସେବା ଆରମ୍ଭ ହେବ । ଏହାଦ୍ୱାରା ଦେଶରୁ ବିଦେଶକୁ ଏବଂ ବିଦେଶରୁ ଦେଶକୁ ଉଡ଼ାଣ ଭରିହେବ । କରୋନା ଯୋଗୁ ୨ ବର୍ଷ ହେବ କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ରୋକ ଲଗାଇଥିଲେ । ଏନେଇ ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରିବାକୁ ପଡ଼ିବ ।