ପାକିସ୍ତାନର ସିବୀରେ ବିସ୍ଫୋରଣ, ୪ ଯବାନ ସହିଦ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନସ୍ଥିତ ସିବୀ ଜିଲ୍ଲାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଆକ୍ରମଣ କରିଥିବା ନେଇ ସ୍ୱୀକାର କରିନାହାନ୍ତି । ଏହାକୁ ଏକ ଆତ୍ମଘାତୀ ବିସ୍ଫୋରଣ କୁହାଯାଉ ଥିବାବେଳେ ଯାଞ୍ଚ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।