ଇନ୍ଦୋରରେ ୬ ଶିଶୁ ସମେତ ୧୨ ଜଣଙ୍କ ଠାରେ ‘ଓମିକ୍ରନ୍‌’ର ନୂଆ ଭାରିଆଣ୍ଟ ଚିହ୍ନଟ

ଇନ୍ଦୋର,ଏଜେନ୍ସି: ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନ୍‌ ସହିତ ଏହାର ସବ୍‌ ଭାରିଆଣ୍ଟ ବିଏ-୧ ଏବଂ ବିଏ-୨ ମାମଲା ସାମ୍ନାକୁ ଆସିଛି। ସହରରେ ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ବିଏ-୧ ଏବଂ ବିଏ-୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୬ ଜଣ ଶିଶୁ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ବିଏ-୨ ଷ୍ଟେନ୍‌ ଦ୍ରୁତଗତିରେ ବ୍ୟାପୁଛି। ଏହି ସଂକ୍ରମଣ ଫୁସ୍‌ଫୁସ୍‌କୁ ଅଧିକ ସଂକ୍ରମିତ କରିଥାଏ। ନୂଆ ଚିହ୍ନଟ ରୋଗୀଙ୍କ ଫୁସ୍‌ଫୁସ୍‌ ୫ରୁ ୪୦ ପ୍ରତିଶତ ସଂକ୍ରମିତ ମିଳିଛି। ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏ-୨ ସଂକ୍ରମଣ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି।

କରୋନା ଭାଇରସ ଏବଂ ଓମିକ୍ରନ୍‌ ଠାରୁ ଭିନ୍ନ ଏହି ଭାରିଆଣ୍ଟ ଭିନ୍ନ। କାରଣ ଏହି ଭାରିଆଣ୍ଟ ଫୁସ୍‌ଫୁସ୍‌ ଉପରେ ଅଧିକ ପ୍ରଭାବ ପକାଇଥାଏ। ଏହି ଷ୍ଟ୍ରେନ୍‌କୁ ବିଏ-୨ କୁହାଯାଉଛି, ଯାହାକି ୪୦ଟି ଦେଶରେ ଚିହ୍ନଟ ହୋଇଛି। ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଯୋଗୁଁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ, ଏଥିରୁ ୬ ଜଣ ଶିଶୁ ଅଛନ୍ତି। ଫଳରେ ସରକାର ଓ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।