ନବ ଦାସ ହତ୍ୟା ମାମଲା: ଡେମୋ ଦେଖାଇଲେ ଗୋପାଳ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: କ୍ରାଇମବ୍ରାଞ୍ଚ, ଫୋରେନସିକ ବିଶେଷଜ୍ଞ ଦଳ ଓ ପୁଲିସ ଉପସ୍ଥିତିରେ ଗୋପାଳ ଦାସକୁ ନେଇ ଆଜି ନବ ଦାସ ହତ୍ୟା ଘଟଣାର କ୍ରାଇମ ସିନ ରିକ୍ରିଏଟ କରାଯାଇଛି । ୨୯ ତାରିଖରେ ନବ ଦାସଙ୍କ ଗାଡ଼ି ପାଖକୁ ଯାଇ କିପରି ସୁରକ୍ଷା କର୍ମୀ ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଚକମା ଦେଇ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ ତାହା ଗୋପାଳ ବଖାଣିଛନ୍ତି । ଏଥିସହିତ ହତ୍ୟା ପରେ କ’ଣ କରିଥିଲେ ତାହା ମଧ୍ୟ ଟିକିନିକି କରି କ୍ରାଇମବ୍ରାଞ୍ଚଙ୍କୁ ଗୋପାଳ ଜଣାଇଛନ୍ତି । ସେଦିନ ନବ ଦାସ ଯେଉଁ ସରକାରୀ ଇନୋଭା ଗାଡ଼ିରେ ଆସିଥିଲେ ସେଥିରେ ହିଁ ସିନ ରିକ୍ରିଏଟ କରାଯାଇଥିଲା । ଗୋପାଳ ହତ୍ୟାକାଣ୍ଡର ୫ଥର ଡେମୋ କରି ଦେଖାଇଛନ୍ତି । ସିନ ରିକ୍ରିଏସନର ଭିଡିଓଗ୍ରାଫି କରାଯାଇଛିି ଯାହା କୋର୍ଟରେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୂର୍ବତନ ଜଷ୍ଟିସ ଜେପି ଦାଶ ଓ ପୁଲିସ ଡିଜି ସୁନୀଲ ବଂଶଲ ଆଜି ଝାରସୁଗୁଡ଼ା ପହଞ୍ଚିଛନ୍ତି । ଆଜି ଜଷ୍ଟିସ ଦାସ ଘଟଣାର ଉଦ୍ଦେଶ୍ୟ ଉପରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିପାରନ୍ତି । ଆସନ୍ତାକାଲି ଜଷ୍ଟିସ ଦାଶ କ୍ରାଇମ ସିନ ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି ।