ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ମୁମ୍ବାଇ,ଏଜେନ୍ସି: କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍‌କୁମ୍‌ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସ୍ରିଷ୍ଟି ଇନ୍‌ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି। 

ସେହିପରି ଏହି ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶବିର ମଧ୍ୟ ଜରିନାଙ୍କ ସହ ଏକ ଫଟୋଶେଆର କରି କ୍ୟାପସନ୍‌ରେ ‘ୟେ ଚାନ୍ଦ ସା ରୌଶନ୍‌ ଚେହେରା’ ଲେଖିଛନ୍ତି। ଏହି ଧାରାବାହିକର ଆଉ ଜଣେ ଅଭିନେତା ଅନୁରାଗ ଶର୍ମା କହିଛନ୍ତି, ‘ସେ ଜଣେ ଅତି ଜୀବନ୍ତ ମଣିଷ ଥିଲେ। ସେ ସର୍ବଦା ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲଢିକି ଜୀବନବଞ୍ଚୁଥିଲେ। ଗତ ମାସରେ ଆମେ ଏକାଠି କାମ କରିଥିଲୁ। ସେ ସମୟରେ ସେ ସମ୍ପୂର୍ଣ୍ଣ ଭଲ ଥିଲେ, କିନ୍ତୁ ହଠାତ୍ ମୁଁ ତାଙ୍କଦେହାନ୍ତର ଖବର ପାଇଲି।