ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦରେ ଆଜି ହାଇକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି ହୋଇଛି। ଉଚ୍ଚତାରେ କୌଣସି କଟକଣା ରହିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ମୂର୍ତ୍ତି ଉଚ୍ଚତାକୁ ନେଇ ଏଜିଙ୍କ ରିପୋର୍ଟକୁ ଗ୍ରହଣ କରି ବଡ଼ ମୂର୍ତ୍ତି କରିଥିବା ୯ଟି ମଣ୍ଡପକୁ ମିଳିଛି ଅନୁମତି।

କୋଭିଡ କଟକଣା ମଧ୍ୟରେ ପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭସାଣି କିଭଳି ହେବ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୋର୍ଟ ରାୟ ଦେଇଛନ୍ତି।