ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପ୍ରଦେଶ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଂଗ୍ରେସ ସେବାଦଳ ପକ୍ଷରୁ ପରିଚାଳିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ପରାଧୀନ ଭାରତ ବର୍ଷର ସ୍ୱାଧୀନତା ଓ ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ଅବିସ୍ମରଣୀୟ। ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀ ମାନଙ୍କର ସଂଘର୍ଷ ଓ ବଳିଦାନକୁ ଆମ୍ଭେମାନେ ଭୁଲିଯିବା ଉଚିତ୍ ନୁହେଁ। ଓଡ଼ିଆ ମାନଙ୍କର ସାହସ ଓ ସଂଗ୍ରାମ ଅତୁଳନୀୟ। କଂଗ୍ରେସ ଦଳ ମଧ୍ୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ତ୍ୟାଗ ଓ ସ୍ୱାଧୀନତା ପରେ ଦେଶଗଠନ ପାଇଁ ଉଦ୍ୟମ ଜାରିରଖିଛି। ଏପରିକି କରୋନା ମହାମାରୀ ସମୟରେ ଜନସେବାକୁ ଗୁରୁତ୍ୱ ଦେଇ ନିସ୍ୱାର୍ଥପର ସେବା କରିଛି। ଅଲମ୍ପିକ ପଦକ ପ୍ରାପ୍ତ ଭାରତୀୟ ହକି ଦଳରେ ୨ ଜଣ ଓଡ଼ିଆ ଖୋଳାଳିଙ୍କ ପାଇଁ ଆମେ ଆଜି ଗର୍ବିତ। ସମସ୍ତେ ଏକଜୁଟ ହୋଇ ନିସ୍ୱାର୍ଥପର ଭାବରେ ସଂଗଠନ ମାଧ୍ୟମରେ ଦେଶସେବା କରିବାକୁ କାର୍ଯ୍ୟକରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
