ମା’ଓ ଝିଅଙ୍କୁ ଚାପିଦେଲା ପେଟ୍ରୋଲ ଟ୍ୟାଙ୍କର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବାଲେଶ୍ୱର,ଏନ୍ଏନ୍ଏସ୍: ବସ୍ତା ଥାନା ଏନ୍‌ଏଚ୍‌-୬୦ ମଥାନି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ ଏବଂ ଝିଅଙ୍କ ଉପରେ ମାଡିଗଲା ପେଟ୍ରୋଲ ଟ୍ୟାଙ୍କର। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତୈଳ ଟାଙ୍କି ତଳେ ୨ ଜଣ ଚାପି ହୋଇ ରହିଥିବା ସୂଚନା ମିଳିଛି। ରାସ୍ତାରେ ଯାଉଥିବା ବେଳେ ମା’ ଶାନ୍ତି ଟୁଡୁ ଏବଂ ଝିଅ ମୁନି ଟୁଡୁଙ୍କ ଉପରେ ତୈଳ ଟ୍ୟାଙ୍କର ଚଢିଯାଇଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।