ଦେଶରେ ପ୍ରଥମଥର ପାଇଁ ଘରୋଇ କମ୍ପାନୀ ପ୍ରସ୍ତୁତ କଲା ହ୍ୟାଣ୍ଡ ଗ୍ରେନେଡ

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ଏକ ଘରୋଇ କମ୍ପାନୀ ସେନା ପାଇଁ ଗୋଳାବାରୁଦ ପ୍ରସ୍ତୁତ କରିଛି। ନାଗପୁରର ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ୧ଲକ୍ଷ ହ୍ୟାଣ୍ଡ ଗ୍ରେନେଡ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରବାଣେଙ୍କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହସ୍ତାନ୍ତର କରିଛନ୍ତି। ଏଥିସହିତ ଆଗାମୀ ୨ ବର୍ଷ ମଧ୍ୟରେ କମ୍ପାନୀ ତରଫରୁ ସେନାକୁ ୧୦ଲକ୍ଷ ହ୍ୟାଣ୍ଡ ଗ୍ରେନେଡ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏହି ମଲଟୀ ମୋଡ ହ୍ୟାଣ୍ଡ ଗ୍ରେନେଡ ପ୍ରଥମ ବିଶ୍ୱ ଯୁଦ୍ଧର ସେହି ଗ୍ରେନେଡର ସ୍ଥାନ ନେବ ଯାହାକି ଏବେ ପର୍ଯ୍ୟନ୍ତ ଭାରତୀୟ ସେନା ବ୍ୟବହାର କରୁଥିଲା।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏମଏମଏଚଜୀ ଗ୍ରେନେଡ ଘରୋଇ ପାର୍ଟନରସିପର ଏକ ବଡ଼ ଉଦାହରଣ। କାରଣ ଏହି ଗ୍ରେନେଡ ଘାତକ ହେବା ସହ ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ। ଏହା ପାଖାପାଖି ୯୯ ପ୍ରତିଶତ କାର୍ଯ୍ୟକ୍ଷମ।