ମହିଳା ହକିରେ ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭାରତ ଲଗାତାର ଭାବେ ନୂଆ ଇତିହାସ ରଚିଛି । ଭାରତର ପୁରୁଷ ହକି ଟିମ୍ ଗତକାଲି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବାବେଳେ ଆଜି ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଛି । ଏସିଆନ ଗେମ୍ସରେ ଭାରତୀୟ ମହିଳ ଟିମ୍ ୭ଥର ପଦକ ଜିତିଛି ।

ଭାରତୀୟ ମହିଳା ଟିମ୍ ଡିଫେଣ୍ଡିଙ୍ଗ ଚାମ୍ପିଆନ ଜାପାନକୁ ୨-୧ରେ ହରାଇ ଦେଇଛି । ଭାରତ ତରଫରୁ ଦୀପିକା ଓ ସୁଶୀଳା ଚାନୁ ଗୋଟିଏ ଲେଖାଏଁ ଗୋଲ୍ସ କରିଥିଲେ । ଫଳରେ ଜାପାନ ଭଳି ଟିମକୁ ହରାଇବାରେ ଭାରତ ସଫଳ ହୋଇଛି ।