ହମାସ ଆକ୍ରମଣରେ ୨୨ ଇସ୍ରାଏଲୀ ମୃତ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିôବା ଯୁଦ୍ଧ ସମଗ୍ର ବିଶ୍ୱର ସ୍ଥିତିକୁ ଭୟାବହ କରିଛି । ଇତିମଧ୍ୟରେ ହମାସ ଉଗ୍ରବାଦୀ ଇସ୍ରାଏଲ ଉପରେ ଏକାସହ ୫ ହଜାର ରକେଟ ଛାଡ଼ି ଭୀଷଣ ଆକ୍ରମଣ କରିଛନ୍ତି । ଉକ୍ତ ଆକ୍ରମଣରେ ଅତି କମରେ ୨୨ ଇସ୍ରାଏଲୀ ମୃତ୍ୟୁବରଣ କରିଥିବା ନେଇ ‘ଦି ସ୍ପେକ୍ଟେଟର’ ନାମକ ମିଡିଆ ପ୍ଲାଟଫର୍ମ ଦାବୀ କରିଛି ।

ଅନ୍ୟପଟେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତ ସରକାର ଏଡଭାଇଜରୀ ଜାରି କରିଛନ୍ତି । ବର୍ତ୍ତମାନ ସ୍ଥିତିକୁ ଧ୍ୟାନରେ ରଖି ଇସ୍ରାଏଲରେ ରହୁଥିବା ଭାରତୀୟ ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଦିଆଯାଉଥିବା ଗାଇଡଲାଇନକୁ ପାଳନ କରନ୍ତୁ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।