ଅମିତ ରୋହିଦାସଙ୍କୁ ମିଳିବ ଦେଢ଼ କୋଟି ଟଙ୍କା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଟିମରେ ସାମିଲ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଅମିତଙ୍କୁ ଦେଢ଼ କୋଟି ଟଙ୍କା ମିଳିବ । କେବଳ ଏତିକି ନୁହେଁ, ଏହି ସ୍ୱର୍ଣ୍ଣିମ ଟିମରେ ସାମିଲ ଥିବା ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ।