ଭାରତୀୟ ମହିଳା ଲୋନ ବଲସ ଟିମ୍ ରଚିଲା ଇତିହାସ

ବର୍ମିଂହାମ୍‌,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଲୋନ ବଲସ ଟିମ୍ ଇତିହାସ ରଚିଛି । ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ୧୭-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛି । ଉକ୍ତ ମ୍ୟାଚରେ ଭାରତର ରୂପା ରାଣୀ କୀର୍ତ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରୂପା ରାଣୀଙ୍କ ସହ ଲଭଲୀ ଚୌବେ, ପିଙ୍କି ଓ ନୟନମୌନୀ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମର ଏହି ଐତିହାସିକ ପ୍ରଦର୍ଶନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶୁଭକାମନା ଜଣାଇଛନ୍ତି ।