୭ମ ଥର ପାଇଁ ଏସିଆ କପ୍ ଜିତି ଭାରତୀୟ ମହିଳା ଟିମ୍ ରଚିଲା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ୭ମ ଥର ପାଇଁ ଏସିଆ କପ୍ ଜିତି ଇତିହାସ ରଚିଛି । ଫାଇନାଲ ମୁକାବିଲାରେ ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇବାରେ ସଫଳ ହୋଇଛି । ଶ୍ରୀଲଙ୍କା ଟିମ୍ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ୍ କରିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ରାଜେଶ୍ୱରୀ ଗାୟକୱାଡ ଓ ସ୍ନେହ ରାଣା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଭାରତୀୟ ଟିମ ୬୬ ରନର ପିଛା କରି ମାତ୍ର ୨ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଦାନା ସର୍ବାଧିକ ୫୧ ରନ କରିଛନ୍ତି ।