ଜମ୍ମୁ-କଶ୍ମୀରରେ ପୁଣି ଟାର୍ଗେଟ କିଲିଂ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସୋପିୟାଁସ୍ଥିତ ଚୌଧୁରୀ ଗୁଣ୍ଡରେ ଆତଙ୍କବାଦୀମାନେ ଜଣେ ନାଗରିକକୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ପୁରନ କୃଷ୍ଣ ଭଟ୍ଟ । ଗମ୍ଭୀର ଅବସ୍ଥାରେ ପୁରନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ମାମଲାକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି । ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ନେଇ ଜମ୍ମୁ-କଶ୍ମୀର ପୁଲିସ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ପୁରନ କୃଷ୍ଣ ଭଟ୍ଟ ନିଜ ବଗିଚା ଆଡ଼କୁ ଯାଉଥିବା ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ବାଜିବା ଯୋଗୁ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ ଏବଂ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।