କୋଭାକ୍ସିନ ନେଇଥିବା ଭାରତୀୟଙ୍କୁ ୟୁକେରେ ହେବାକୁ ପଡ଼ିବନି ଆଇସୋଲେଟ

ନୂଆଦିଲ୍ଲୀ: କୋଭାକ୍ସିନ ଭ୍ୟାକ୍ସିନ ଲଗାଇଥିବା ଭାରତୀୟଙ୍କୁ ୟୁକେ ସରକାରଙ୍କ ତରଫରୁ ଭଲ ଖବର ମିଳିଛି। ନଭେମ୍ବର ୨୨ରୁ ଅନ୍ତରାଷ୍ଟ୍ରୀ ଯାତ୍ରୀଙ୍କ ପାଇଁ କୋଭାକ୍ସିନକୁ କୋଭିଡ -୧୯ ଭ୍ୟାକ୍ସିନ ସୂଚିରେ ୟୁକେ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ଫଳରେ କୋଭାକ୍ସିନର ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ଇଂଲଣ୍ଡରେ ଆଇସୋଲେସନରେ ରହିବାକୁ ପଡ଼ିବନି।

ଡବ୍ଲ୍ୟୁଏଚଓ ଦ୍ୱାରା କୋଭାକ୍ସିନକୁ ଆପତକାଳୀନ ଉପଯୋଗ ପାଇଁ ମଞ୍ଜୁରୀ ମିଳିବା ପରେ ୟୁକେ ଏହି ନିଷ୍ପତ୍ତି ନେଇଛି। ଏଥିସହିତ ନଭେମ୍ବର ୨୨ରୁ କୋଭାକ୍ସିନ ସମେତ ଅନ୍ୟ ଭ୍ୟାକ୍ସିନ ନେଇଥିବା ଭାରତୀୟଙ୍କୁ ମଧ୍ୟ ଆଇସୋଲଟ ହେବାକୁ ପଡ଼ିବନି ଯାହାକୁ ଡବ୍ଲ୍ୟୁଏଚଓ ଅନୁମତି ପ୍ରଦାନ କରିଛନ୍ତି।