ରାଜ୍ୟରେ ଆଉ ୨୯୬ କରୋନାରେ ସଂକ୍ରମିତ : ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୯୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଜଣ ସ ସ୍ଥାନୀୟ ସଂକ୍ରମଣ ୧୨୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୪ହଜାର ୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୨, ଷ୍ଟେଟପୋଲରୁ ୩୬, କଟକରୁ ଓ ସୁନ୍ଦରଗଡ଼ରୁ ୨୩ ଲେଖାଏଁ, ଯାଜପୁରରୁ ୧୪, ଗଜପତିରୁ ୧୦, ଦେଓଗଡ଼ରୁ ୫, ବାଲେଶ୍ୱର, ମାଲକାନଗିରି, ମୟୁରଭଞ୍ଜ, ସମ୍ବଲପୁର ଓ ଭଦ୍ରକରୁ ୪ ଲେଖାଏଁ, ଜଗତସିଂହପୁରରୁ ୩, ବଲାଙ୍ଗିରରୁ ୨, ଢେଙ୍କାନାଳ, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, କେନ୍ଦ୍ରାପଡ଼ା ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୩ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅନୁଗୁଳରୁ ଜଣେ ୭୬ ବର୍ଷୀୟ ବୃଦ୍ଧ ଏବଂ ଭୁବନେଶ୍ୱରରୁ ଜଣେ ୫୯ ଓ ଅନ୍ୟଜଣେ ୬୬ ବର୍ଷୀୟ ବୃଦ୍ଧ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୩୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୪ହଜାର ୪୧ ହୋଇଥିବାବେଳେ ୧୦ଲକ୍ଷ ୩୨ହଜାର ୫୬୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୨୯୪ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୦୫୮ଜଣ ଚିକିତ୍ସିତ ହେଉଛନ୍ତି।