ନିଖୋଜ ହୋଇନାହାନ୍ତି ଭାରତୀୟ ଯବାନ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖର ଗାଲୱାନ ଘାଟିରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷରେ କୌଣସି ଭାରତୀୟ ଯବାନ ନିଖୋଜ ନଥିବା ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସାପ୍ତାହିକ ସୂଚନା ପ୍ରଦାନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସେନା ପକ୍ଷରୁ କୌଣସି ଭାରତୀୟ ଯବାନ ନିଖୋଜ ହୋଇନାହାନ୍ତି।

ସୂଚନା ଅନୁସାରେ ଗତ ଦିନରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଭାରତୀର କେତେକ ସେନା ନିଖୋଜ ଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା। ଯାହକୁ ଭାରତୀୟ ସେନା ପକ୍ଷରୁ କୌଣସି ସେନା ନିଖୋଜ ନଥିବା ନେଇ କେନ୍ଦ୍ରକୁ ସ୍ପଷ୍ଟ କରାଯାଇଛି।