ୟୁକ୍ରେନ ଉପରେ ଋଷର ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସର୍ବପ୍ରଥମେ ୟୁକ୍ରେନର ରାଜଧାନୀ କୀବ ଉପରେ ଋଷ ମିସାଇଲ ଦ୍ୱାରା ଆକ୍ରମଣ କରିଥିଲା । ଏଥିରେ ଅନେକ କ୍ଷତି ହୋଇଥିବା ସୂଚନା ମିଲିଛି । ୟୁକ୍ରେନର ଏୟାରବେସକୁ ମଧ୍ୟ ଋଷ ନଷ୍ଟ କରିଦେଇଛି । ୟୁକ୍ରେନର ଲୁଗାସ୍କୋସ୍ଥିତ ୨ଟି ସହରକୁ ଋଷ କବଜା କରିନେଇଛି । ଋଷୀୟ ସେନା ଉକ୍ତ ସହରରେ ପସି ଆକ୍ରମଣ କରିଥିଲେ । ପରେ ଏଠାରେ ମହଜୁଦ ଥିବା ୟୁକ୍ରେନ ସେନା ସ୍ଥିତି ବିଗୁଡ଼ୁଥିବା ଦେଖି ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଋଷର ଆକ୍ରମଣ ଫଳରେ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ଜଣ ଗୁରୁତର ହୋଇଛନ୍ତି । ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ଏଥିସହିତ ଯେପର୍ଯ୍ୟନ୍ତ ୟୁକ୍ରେନ ସେନା ସମର୍ପଣ ନ କରିଛି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଋଷ ସ୍ପଷ୍ଟ କରିଛି ।